ଭାରତର ପକେଟ୍ ହରକୁଲିସ୍ ମନୋହର ଆଇଚ୍ ଙ୍କ ସମ୍ପର୍କରେ ସାତୋଟି ତଥ୍ୟ

manohar Aich

୧୦୨ ବର୍ଷ ଯାଏ ନିଜ ଶରୀର ଓ ମାଂସପେଶୀ ର ସୌଂଦର୍ଯକୁ ବଜାୟ ରଖିପାରିବାର ବିରଳ କୌଶଳ ତଂକୁ ଜଣାଥିଲା. ୧୯୫୨ ମସିହାରେ ଦେଶର ପ୍ରଥମ ମିଷ୍ଟର୍ ୟୁନିଭର୍ସ୍ ପଦକ ହାସଲ କରିଥିବା ଓ ୧୦୨ ବର୍ଷ ର ସୁସ୍ଥ ନିରାମୟ ଜୀବନ ଯାପନ କରି  ରବିବାର କଲିକତା ରେ ମୃତ୍ୟୁବରଣ କରିଥିବା ମନୋହର ଆଇଚଂକ ସମ୍ପର୍କରେ ଆସନ୍ତୁ ଜାଣିବା-

୧ . ମନୋହର ଆଇଚ୍ , ୧୭ ମାର୍ଚ୍ଚ ୧୯୧୪ ମସିହାରେ ପୂର୍ବ ବଂଗ ବା ବର୍ତ୍ତମାନର ବାଂଗଲାଦେଶ୍ ରେ ଜନ୍ମ ଗ୍ରହଣ କରିଥିଲେ. ଶରୀର ଗଠନ ପ୍ରତି ତାଂକର ସ୍ବାଭାବିକ ଆକର୍ଷଣ ପିଲା ଦିନରୁ ରହିଥିଲା ।

୨. ୧୯୪୨ ମସିହାରେ ବ୍ରିଟିଶ୍ ରୟାଲ୍ ଏଆର୍ ଫୋର୍ସ୍ ରେ ଯୋଗଦାନ କଲା ପରେ ଶରୀର ଗଠନ କୁ ନେଇ ନୁଆ କୌଶଳ ଶିଖିବାର ଅବକାଶ ତଂକୁ ମିଳିଥିଲା. ତେବେ ବାୟୁ ସେନାରେ କାମ କରୁଥିବା ବେଳେ ବ୍ରିଟିଶ୍ ବିରୋଧୀ ଆଚରଣ ଲାଗି ତାଂକୁ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥିଲା. ଜେଲ୍ ରେ ରହି ସେ ଶରୀର ଗଠନର ଅଭ୍ୟାସ ଜାରି ରଖିଥିଲେ ।

୩. ୧୯୫୨ ରେ ପ୍ରଥମ ଥର ଲାଗି ମିଷ୍ଟର୍ ୟୁନିଭର୍ସ୍ ପ୍ରତିଯୋଗିତାରେ ସେ ତାଂକର ୪ ଫୁଟ୍ ୧୧ ଇଂଚ୍ ର ଫ୍ରେମ୍ ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ ଓ ତାଂକୁ ସେହିଡିନଠୁ ଭାରତର ପକେଟ୍ ହରକୁଲେସ୍ ବୋଲି କୁହାଯାଏ ।

୪. ୧୦୨ ବର୍ଷ ଧରି ଚଳ ଚଂଚଲ ରହି ଆସିଥିବା ମନୋହର ମରିବା ଯାଏ ଜିମ୍ ଯାଉଥିଲେ ଓ ନୁଆ ପିଢିର ଯୁବକ ମାନଂକୁ ଶରୀର ଗଠନ ବିଷୟରେ ଶିକ୍ଷା ଦେଉଥିଲେ ।

୫. ନିଜ ଦୀର୍ଘ ନିରାମୟ ଜୀବନର ରହସ୍ୟ ସମ୍ପର୍କରେ ସେ କହନ୍ତି- କଠିନ ପରିଶ୍ରମ ସହିତ ଧୂମପାନ ନ କରିବା ଓ ମଦ ନ ପିୟିବା, ସ୍ବାସ୍ଥ୍ୟ ର ପ୍ରାଥମିକ ଆବଶ୍ୟକତା. ଜୀବନକୁ ଖୁବ୍ ହାଲୁକା ଭାବରେ ଗ୍ରହଣ କରିବା ସହିତ ଜୀବନରେ ଆସୁଥିବା ସମସ୍ୟା ମାନଂକୁ ବିଶେଷ ଗୁରୁତ୍ବ ନ ଦେବାକୁ ସେ କହିଥିଲେ ।

୬. ପ୍ରତିଦିନ ଭୋର୍ ରୁ ଜିମ୍ ରେ ନିଜ ପାକଳ ମାଂସ ପେଶୀରେ ଯୌବନ ସଂଚାର କରୁଥିବା ମନମୋହନ ମରିବା ଯାଏ ଯୁବକ ହୋଇ ରହିଥିଲେ ।

୭. କଲିକତାର ନିଜ ଘରେ ମୃତ୍ୟୁବରଣ କରିଥିବା ଏହି ପକେଟ୍ ହରକୁଲେସ୍ଂକ ମୃତ୍ୟୁରେ ଗୋଟିଏ ଯୁଗ ର ଅବସାନ ଘଟିଲା ବୋଲି ପଶ୍ଚିମ ବଂଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

ବିଗ ୱାୟର