ଟିଭି ପରଦାରେ ପୁଣି ଫେରୁଛି ଛୋଟ ମୋର ଗାଁଟି

ଓଡ଼ିଶାର ଚାଲିଚଳଣି, ଆପଣାପଣିଆ ତଥା ଓଡ଼ିଆ ପରମ୍ପରାର ନିରୁତା ଛବିଟିଏ ଏବେବି ଲୁଚିରହିଛି ଗାଁରେ । ଗାଁଟିଏ ବଡ଼ ହେଉ କିମ୍ବା ଛୋଟ, ଜଣାଶୁଣା ହେଉ କିମ୍ବା ବିଛିନ୍ନାଂଚଳର ଦୂର କେଉଁ ଏକ ଗାଁ । ସବୁ ଗାଁର ରହିଛି ଅନେକ କାହାଣୀ ବୁଢ଼ୀମାର ଗପ ପରି ।

ନିରୋଳାରେ କେବେ ବସିଥିଲେ ଏଇ କାହାଣୀ ହାତଠାରି ଡାକେ ତାରି କୋଳକୁ । ଆଉ ଏମିତି ଏକ ବିଷୟବସ୍ତୁକୁ ନେଇ ପ୍ରଥମ ଓଡ଼ିଆ ଘରୋଇ ଚାନେଲ ଇଟିଭି ଓଡ଼ିଆ
ରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ “ଛୋଟ ମୋର ଗାଁ’ଟି” ।

ଦଶ ବର୍ଷରୁ ଉଦ୍ଧ୍ୱର୍ ସମୟ ପାଇଁ ସଫଳତାର ସହିତ ପ୍ରସାରିତ ହେବାପରେ ଗତ କିଛି ବର୍ଷଧରି ସାମୟିକ ଭାବେ ଦୂରେଇଯାଇଥିବା ଏହି କାର୍ଯ୍ୟକ୍ରମ “ଛୋଟ ମୋର ଗାଁ’ଟି” ଆସନ୍ତା ମେ ମାସରେ ପୁଣି ଫେରୁଛି ଟିଭି ପରଦାରେ “ଇଟିଭି ନ୍ୟୁଜ୍ ଓଡ଼ିଆ”ରେ ।

ଗାଁର ମନଛୁଆଁ ବିଷୟବସ୍ତୁକୁ ଦର୍ଶକଙ୍କ ସାମନାକୁ ଆଣିବା ଚ୍ୟାନେଲ ଗାଁକୁ ପଠାଉଛି ଲୋକପ୍ରିୟ ଅଭିନେତା ତଥା ଟେଲିଭିଜନ ଉପସ୍ଥାପକ ଅଶ୍ରୁମୋଚନ ମହାନ୍ତିଙ୍କୁ ।

ଏହି ନୂତନ ସଂସ୍କରଣ କେବଳ ଗାଁର ସଂସ୍କୃତି, ଗୈାରବ କିମ୍ବା ଐତିହରେ ସୀମିତ ନୁହେଁ । ବରଂ ଗାଁର ଉନ୍ନତିରେ ବାଧାସାଜୁଥିବା ସମସ୍ୟାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଦୃଢ଼ ଦାବି ରଖାଯିବ ବୋଲି ଏହାର ପ୍ରଯୋଜକ କହିଛନ୍ତି ।

ସବୁଠୁ ଉଲ୍ଲେଖନୀୟ କଥା ହେଉଛି କାର୍ଯ୍ୟକ୍ରମର ନିର୍ମାଣ ଦାୟିତ୍ୱ ନେଇଛନ୍ତି ଲୋକପ୍ରିୟ ରୋଷେଇ ଭିତ୍ତିକ କାର୍ଯ୍ୟକ୍ରମ “ପୁଣ୍ଟୁନନାଙ୍କ ପେଟ ଯାତ୍ରା”, ଏବଂ ନବକଳେବର ଅଧାରିତ ଚର୍ଚ୍ଚିତ ପ୍ରାମାଣିକ ଧାରାବାହିକ “ଦେବତା ହୋଇଲେ ମରଇ”ର ନିର୍ମାତା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପ୍ରଡକ୍ସନ ସଂସ୍ଥା “ଲାଇଟହାଉସ୍” ।

ଚିତ୍ତ୍ରୋଳନରେ ଚମତ୍କାରିତା ତଥା ଜାତୀୟସ୍ତରର ସଂପାଦନା ପାଇଁ ପ୍ରସିଦ୍ଧି ଥିବା ଏହି ପ୍ରଯୋଜନା ସଂସ୍ଥା ଦର୍ଶକଙ୍କୁ ଉଚ୍ଚମାନର କାର୍ଯ୍ୟକ୍ରମ ଦେଇଆସିଆସିଛି ।

ଗାଁର ସୈାନ୍ଦର୍ଯ୍ୟକୁ ଟିଭି ପରଦାରେ ନିଖୁଣ ଭାବରେ ଦୃଶ୍ୟାୟନ କରିବାରର ପ୍ରତିଶ୍ରୁତି ରଖୁଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ମେ ୧ ତାରିଖରୁ ପ୍ରତ୍ୟେକ ରବିବାର ସଂନ୍ଧ୍ୟା ୮ଟାରେ ପ୍ରସାରିତ ହେବ ବୋଲି ଚ୍ୟାନେଲର ସଂପାଦକ ଭକ୍ତ ତ୍ରିପାଠୀ ସୁଚନା ଦେଇଛନ୍ତି ।

ପୂର୍ବବତ୍ ଦର୍ଶକମାନଙ୍କ ପାଖରେ “ଛୋଟ ମୋର ଗାଁ’ଟି” ଆଦୃତ ହେବ ବୋଲି ସେ ଆଶା ରଖିଛନ୍ତି ।

ସୌଜନ୍ୟ: ଓଡିଶା ଡଟ କମ

BIG WIRE

Recent Posts

ଓଡିଶାର ବିକାଶ ମାନଚିତ୍ରରେ ଏକ ଅମାନବୀୟ କଳା ଦାଗ ; ନଗଡା

ଶିଳ୍ପ ନଗରୀ କଳିଙ୍ଗ ନଗରଠାରୁ ମାତ୍ର ପଚାଶ କିଲୋମିଟର ଦୂର ଏହି ଗାଁକୁ ରାସ୍ତା ନାହିଁ। ପାହାଡ ଚଢି ଏହି ଗାଁ ରେ ପହଂଚିବାକୁ ପଡେ।

8 years ago

ଗୁମୁଡୁମାହା ଗାଁର ରକ୍ତାକ୍ତ ରାତି; କେତୋଟି ତଥ୍ୟ

ମାଓବାଦୀଙ୍କୁ ଛକି ବସିଥିବା ଓଡ଼ିଶା ପୋଲିସର ସ୍ୱତନ୍ତ୍ର ବାହିନୀ ଏକ ସର୍ବସାଧାରଣ ରାସ୍ତାରେ ଯାଉଥିବା ଯାନ ଉପରକୁ ଗୁଳି ଚଳାଇବା ଅ।ଦୌ ଗ୍ରହଣୀୟ ଯୁକ୍ତି ନୁହେଁ ବୋଲି…

8 years ago

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ…

8 years ago

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

ଗୋଏ ସମୟରେ ସେ ଇସ୍ତଫା ଦେଇ ଏକାଡେମୀରୁ ଚାଲି ଆସିଥିଲେ ।ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ…

8 years ago

ସାଧୁ ମେହେରଂକ ବିଷୟରେ କେତୋଟି କଥା

କେଦାର ମିଶ୍ର କିସ୍ତାୟା କୁ ଚିହ୍ନିଛନ୍ତି ? କିସ୍ତାୟା ସିଏ, ଯାହାର ପାଟି ଫିଟେ ନାହିଁ । ଶୋଷଣ, କଷଣ ଓ ଅତ୍ୟାଚାରର ସେ ଏକ ଜୀବନ୍ତ…

8 years ago

ତନ୍ତ୍ର ସାଧନାର ମହାପୀଠ: ରାଣୀପୁର-ଝରିଆଲର ଚଉଶଠି ଯୋଗିନୀ ମନ୍ଦିର

ଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି…

8 years ago