ରଜ, ସାଜ ଓ ମଉଜର ସାତୋଟି ସାର କଥା

ଛବି: ଓଡିଶା ପର୍ଯ୍ୟଟନ

କେଦାର ମିଶ୍ର

ରଜ ଏକ ପାର୍ବଣ କେବଳ ନୁହଁ, ଏହା ଓଡିଆ ଜନଜୀବନର ସବୁଠୁ ଗୁରୁତ୍ବପୂର୍ଣ ସାମାଜିକ ଅନୁଷ୍ଠାନ। ସବୁ ଭାରତୀୟ ପାର୍ବଣ ପରି ଏହା ମଧ୍ୟ କୃଷିଭିତ୍ତିକ, ହେଲେ ରଜ ର ସାଂସ୍କୃତିକ ଦର୍ଶନ ଆଉ ଟିକେ ବ୍ୟାପକ।

ଏହା ବୋଧେ ସେଇ ଅଳ୍ପ କେତୋଟି ପାର୍ବଣ ଭିତରୁ ଗୋଟିଏ ଯହିଁରେ ନାରୀକୁ ଓ ନାରୀତ୍ଵର ଶକ୍ତିକୁ ସର୍ବାଧିକ ଗୁରୁତ୍ଵ ଦିଆଯାଇଥାଏ।

ରଜରେ ଓଡିଆଣୀ ର ଭୂମିକା ସର୍ବୋପରି। ସେ ଉତ୍ସବର କେନ୍ଦ୍ରବିନ୍ଦୁ। ସେ ଝିଅ ହେଉ ବା ବୋହୁ, ମା ହେଉ ବା ଜେଜେ ମା – ରଜରେ ତାର ହିଁ ମଉଜ ।

ସେ ହିଁ ଅନ୍ନଦାତ୍ରୀ ଓ ଆନନ୍ଦର ଉତ୍ସ। ସାଜ, ରଜ ଓ ମଉଜ ର ଏକ ସାମାଜିକ ବିଶ୍ଲେଷଣ ଯଦି କରାଯାଏ ଆମକୁ ଚକିତ କଲା ପରି ଅନେକ ତଥ୍ୟ ମିଳିବ। ରଜ ,ସାଜ ଓ ମଉଜ କୁ ନେଇ ସାତୋଟି ସାରକଥା-

୧. ଭୂମି ଓ ନାରୀ, ରଜ ପାର୍ବଣ ର ଦୁଇ ପ୍ରମୁଖ ବିନ୍ଦୁ। ରଜରେ ବସୁମାତା ର ବନ୍ଦନା ସହିତ ନାରୀତ୍ବର ଜୟଗାନ କରାଯାଏ। ଲୋକକଥା ଅନୁଯାୟୀ ମିଥୁନ ସଂକ୍ରାନ୍ତି ଦିନ ବାସୁକୀ ସାପ ଟିକେ କଡ ଲେଉଟାଏ।

ରାଜଏଠି କହିରଖିବା ଉଚିତ ହେବ ଯେ ଭାରତୀୟ ଲୋକ କଳ୍ପନାରେ ବାସୁକୀ ନାଗର ମୁଣ୍ଡ ଉପରେ ଆମର ପୃଥିବୀ ଅବସ୍ଥାପିତ। ବାସୁକୀର ନିୟନ୍ତ୍ରଣ ଇ ଆମକୁ ସୁରକ୍ଷିତ ରଖିଛି,ତେଣୁ ତାର କଡ ଲେଉଟା ସମୟରେ ପୃଥିବୀ କୁ ଟିକେ ବି ଯେମିତି ଆଘାତ ନ ଲାଗେ, ସେଥିଲାଗି ସତର୍କ ହେବା ରଜ ର ଏକ ପ୍ରମୁଖ ମାନ୍ୟତା।

୨. ଅନ୍ୟ ଏକ କଥନ ଅନୁଯାୟୀ ବର୍ଷା ପୂର୍ବରୁ ମାଟି ଉର୍ବରା। ତାକୁ ସମ୍ମାନ ଦେବା ଓ ତାର ଉର୍ବରା ଶକ୍ତି କୁ ଉତ୍ସବ ମୁଖର କରିବା ଲାଗି ରଜ ର ପରିକଳ୍ପନା। ରଜ ତିନି ଦିନ ଭୁମି ପ୍ରତି ଆମର ସଚେତନତା ବେଶ୍ ଅଧିକ। ବୈଦିକ ସୂକ୍ତ ଅନୁସାରେ – ମାତା ଭୂମି ଅହମ୍ ପୁତ୍ରୋ ପୃଥିବ୍ଆ।

ତେଣୁ ପହିଲି ରଜରେ ସାଜ, ରଜ ସଂକ୍ରାନ୍ତିରେ ଉତ୍ସବ ଓ ସଂକ୍ରାନ୍ତି ବାସୀ ଦିନ ଭୁମି ଦହନ। ତା ପରଦିନ ବସୁମାତା ସ୍ନାନ।

୩. ରଜ ସହିତ ଆମ ଜୀବନର ଏମିତି କିଛି ଭାବ ଜଡିତ ହେଇ ରହିଛି ଯାହାକୁ ଆମେ ସବୁଠୁ ଆନନ୍ଦ ଦାୟକ ବୋଲି ଭାବୁ। ସବୁଠୁ ସ୍ବାଦିଷ୍ଟ ପିଠା ଓ ବ୍ୟନ୍ଜନ, ସବୁଠୁ ସୁନ୍ଦର ଦୋଳି, ସବୁଠୁ କୁଶଳୀ ଖେଳ ଓ ସବୁଠୁ ମଧୁର ବିଳାସ- ଗୋଟିଏ ବାକ୍ୟରେ କହିଲେ ରଜ ହେଉଛି ସବୁ ସୁନ୍ଦର ଓ ମଧୁର ର ସମନ୍ବୟ।

୪. ରଜ ସହ ନାରୀ ଜୀବନ ର ବହୁ ଭାବ ଓ ଅନୁଭବ ଜଡିତ। ମୁଳତଃ ଏହା ନାରୀ ମାନଂକ ପାଇଁ ଏକ ଉତ୍ସବ ଅବସର।

ଘର କରଣ ଓ ଜଂଜାଳ ରେ ବ୍ୟସ୍ତ ନାରୀ ଟି ଏହି ପର୍ବରେ ଘରର ଅଲିଅଳ ଦୁଲାଳୀ। ସେ ଦୋଳି ଖେଳେ, ପୁଚି ଖେଳ ରେ ଦିନ ବିତାଏ, ଭୁମିରେ ତା ପାଦ ଲାଗେନି। ବସୁମାତା ସହିତ ନାରୀତ୍ବ ର ଏହି ଯୁଗଳ ଉତ୍ସବ ସବୁଠୁ ନିଆରା।

୫. ରଜ ସହିତ ଓଡିଶୀ ଲୋକଗୀତ ଓ ନାଚର ସମ୍ପର୍କ ବହୁ ପୁରୁଣା।ରଜ ଗୀତ ରେ ନାରୀ ଜୀବନର ପୀଡା ଓ ଉଲ୍ଲାସ, ତାର ସ୍ବପ୍ନ ଓ ସଂକଳ୍ପ ତଥା ପୃଥିବୀ ଗଢିବା ଲାଗି ନାରୀ ର ଭୁମିକା ବିଷୟରେ ବେଶ୍ ସୁନ୍ଦର କଥା ସବୁ ରହିଥାଏ।

୬. ପ୍ରକୃତି ସହ ମଣିଷର ସମ୍ପର୍କ ଓ ପୃଥିବୀ କୁ ସୁରକ୍ଷିତ ରଖିବାର ମାନବୀୟ ଦାୟିତ୍ବ ବିଷୟରେ ରଜ ଆମକୁ ବହୁ ଭାବରେ ସଚେତନ କରେ। ଭୁମିକୁ କଷ୍ଟ ନଦେବାର ବାର୍ତା ପଛରେ ଏକ ମାନବୀୟ ଆଦର୍ଶ ରହିଛି, ଯାହା ଆଜି ବେଶୀ ଗୁରୁତ୍ବପୁର୍ଣ।

୭. ମଜା ର କଥା ହେଉଛି, ଉପକୁଳ ଓଡିଶାରେ ରଜ ମଉଜ ଓ ଆନନ୍ଦର ପର୍ବ ହୋଇଥିବା ବେଳେ ପଶ୍ଚିମ ଓଡିଶାରେ ଏହା ନିଷ୍ଠା ଓ ନିଷେଧର ପର୍ବ। ପଶ୍ଚିମ ଓଡିଶାରେ ନାରୀ ମାନେ ଏହି ସମୟରେ ମୁଣ୍ଡ ସଜାନ୍ତି ନାହିଁ କି ରାତିରେ ଖାଆନ୍ତି ନାହିଁ। ଆଦିବାସୀ ମାନେ ରଜ କୁ ଆଉ ପ୍ରକାରେ ପାଳନ୍ତି। ତେବେ ସବୁ ପାଳନ ର ଏକ ମାତ୍ର ସାଧାରଣ ନିୟମ ହେଉଛି ପୃଥିବୀ ଓ ନାରୀ ପ୍ରତି ଅସୀମ ସମ୍ମାନ ।

ସୌଜନ୍ୟ:  ଓଡିଶା ଡଟ କମ

BIG WIRE

Recent Posts

ଓଡିଶାର ବିକାଶ ମାନଚିତ୍ରରେ ଏକ ଅମାନବୀୟ କଳା ଦାଗ ; ନଗଡା

ଶିଳ୍ପ ନଗରୀ କଳିଙ୍ଗ ନଗରଠାରୁ ମାତ୍ର ପଚାଶ କିଲୋମିଟର ଦୂର ଏହି ଗାଁକୁ ରାସ୍ତା ନାହିଁ। ପାହାଡ ଚଢି ଏହି ଗାଁ ରେ ପହଂଚିବାକୁ ପଡେ।

8 years ago

ଗୁମୁଡୁମାହା ଗାଁର ରକ୍ତାକ୍ତ ରାତି; କେତୋଟି ତଥ୍ୟ

ମାଓବାଦୀଙ୍କୁ ଛକି ବସିଥିବା ଓଡ଼ିଶା ପୋଲିସର ସ୍ୱତନ୍ତ୍ର ବାହିନୀ ଏକ ସର୍ବସାଧାରଣ ରାସ୍ତାରେ ଯାଉଥିବା ଯାନ ଉପରକୁ ଗୁଳି ଚଳାଇବା ଅ।ଦୌ ଗ୍ରହଣୀୟ ଯୁକ୍ତି ନୁହେଁ ବୋଲି…

8 years ago

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ…

8 years ago

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

ଗୋଏ ସମୟରେ ସେ ଇସ୍ତଫା ଦେଇ ଏକାଡେମୀରୁ ଚାଲି ଆସିଥିଲେ ।ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ…

8 years ago

ସାଧୁ ମେହେରଂକ ବିଷୟରେ କେତୋଟି କଥା

କେଦାର ମିଶ୍ର କିସ୍ତାୟା କୁ ଚିହ୍ନିଛନ୍ତି ? କିସ୍ତାୟା ସିଏ, ଯାହାର ପାଟି ଫିଟେ ନାହିଁ । ଶୋଷଣ, କଷଣ ଓ ଅତ୍ୟାଚାରର ସେ ଏକ ଜୀବନ୍ତ…

8 years ago

ତନ୍ତ୍ର ସାଧନାର ମହାପୀଠ: ରାଣୀପୁର-ଝରିଆଲର ଚଉଶଠି ଯୋଗିନୀ ମନ୍ଦିର

ଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି…

8 years ago