ଓଡିଆ ସିନେମା; ଅଶୀ ବର୍ଷର ବର୍ଣମୟ ଯାତ୍ରା

salabeda-1

 

କେଦାର ମିଶ୍ର

ରଂଗ, ରେଖା ଓ ଛାୟା ମିଶି ଏକ ଅପୂର୍ବ ମାୟା ର ଶୋଭାଯାତ୍ରା ଦେଖିବାର ସୁଯୋଗ ଆପଣ ହରେଇଚନ୍ତି ଯଦି ଆପଣ ନିକଟରେ ଆୟୋଜିତ ଓଡିଶା ସଂଗ୍ରହାଳୟରେ ଛାୟା ପ୍ରତିଛାୟା ପ୍ରଦର୍ଶନୀ ବୁଲି ଦେଖି ନାହାନ୍ତି ।

film1୧୯୩୬ ମସିହା ରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡିଆ ସିନେମା ‘ସୀତା ବିବାହ’ ଠୁ ଆରମ୍ଭ କରି ୧୯୯୦ ଦଶକ ଯାଏ ଓଡିଆ ସିନେମା ର ବର୍ଣମୟ ଯାତ୍ରା କୁ ଦେଖିବା ଲାଗି ସିନେମାର ରୂପେଲି ପରଦା ନୁହଁ ବରଂ ସିନେମା ପୋଷ୍ଟର ମାଧ୍ୟମରେ ଇତିହାସର ଏକ ସଂକ୍ଷିପ୍ତ ସ୍ଵରୂପ କୁ ଦେଖେଇବା ଲାଗି ଏହି ପ୍ରଦର୍ଶନୀର ପରିକଳ୍ପନା କରା ଯାଇ ଥିଲା ।

ବିଶିଷ୍ଟ ସିନେମା ଗବେଷକ ତଥା ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଂକ ପ୍ରଚୁର ପରିଶ୍ରମ, ଏକନିଷ୍ଠ ଗବେଷଣ। ଓ ନିରନ୍ତର ତଥ୍ୟ ସଂଗ୍ରହର ଆଗ୍ରହ ର ଫଳଶ୍ରୁତି ହେଉଚି ଏହା ପ୍ରଦର୍ଶନୀ ।

poster-1-187x300ସୂର୍ଯ୍ୟ ଏହା ପୂର୍ବରୁ ଓଡିଆ ସିନେମା ଗୀତ ଓ ଇତିହାସକୁ ନେଇ କେତୋଟି ଚମତ୍କାର ବହି ଲେଖିସାରିଚନ୍ତି. ତେବେ ଏହି ପ୍ରଦର୍ଶନୀ ରେ ଓଡିଆ ସିନେମା ର ବହୁ ପୋଷ୍ଟର ଆମେ ଦେଖିଚୁ ଯାହା କେବଳ ବ୍ୟବସାୟିକ ପ୍ରୋମୋ ନୁହଁ , ଏହି ସବୁ ଛବି ର ଚିରନ୍ତନ କଳା ମୂଲ୍ୟ ରହିଚି ।

‘କା’ ‘ଅସ୍ତରାଗ’ ‘ଭାଇ ଭାଉଜ’ ‘ମଲା ଜହ୍ନ’ ଶେଷ ଶ୍ରାବଣ ଇତ୍ୟାଦି ସିନେମା ର ପୋଷ୍ଟର ଅନେକାଂଶରେ ଆଧୁନିକ ଛବି
ର ମର୍ଯ୍ୟାଦା ବହନ କରନ୍ତି ।film4

୧୯୩୬ ରେ ମୁକ୍ତିଲାଭ କରିଥିବା ପ୍ରଥମ ସିନେମା ଫିଲ୍ମ ଜଗତରେ ପ୍ରଥମ ଓଡିଆ କଥାକୁହା ଚଳଚିତ୍ର ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କର ସୀତା ବିବାହ ଓଡିଶାର ନୂତନ ଲକ୍ଷ୍ମୀ ସିନେମା , ପୁରୀରେ ଆତ୍ମ ପ୍ରକାଶ କରିବାର ସୂଚନା ବହନ କରୁଥିବା ‘ଉତ୍କଳ ଦୀପିକା’ ସମ୍ବାଦପତ୍ର ର ବିଜ୍ଞାପନକୁ ଏହି ପ୍ରଦର୍ଶନୀ ର ଆଦ୍ୟ ଦଲିଲ ବୋଲି କୁହାଯାଇ ପାରେ ।

film2ସିନେମା ର ମୁଖଶାଳା ଭାବରେ ପୋଷ୍ଟର ଗୁଡିକର ନିଜସ୍ଵ ଭୂମିକା ରହିଚି ଓ ୧୯୩୬ ରୁ ୧୯୯୦ ଯାଏଁ ଓଡିଆ ସିନେମା ର ମୌଳିକତା, ରୁଚିବୋଧ, କଳାତ୍ମକ ଚିନ୍ତନର ଯେଉଁ ଚମତ୍କାର ଧାରା ପ୍ରବାହ ତାର ସୁନ୍ଦର ପ୍ରତିଫଳନ ଏହି ସବୁ ପୋଷ୍ଟରରେ ପ୍ରତୀୟମାନ ହେଉଚି ।

film3
ଲଳିତା, ‘ଶ୍ରୀଜଗନ୍ନାଥ’ ‘ମହା ଲକ୍ଷ୍ମୀ ପୂଜା’ ‘କୃଷ୍ଣ ସୁଦାମା’ ‘ଶ୍ରୀ ଲୋକନାଥ’ , ‘କେଦାର ଗୌରୀ’ ,’ତଅପୋଇ’ ଇତ୍ୟାଦି ପୌରାଣିକ ଛବି ର ପୋଷ୍ଟରରେ ଯେଉଁ ରଂଗ , ଛାୟା ଓ ରେଖା ର ବ୍ୟବହାର କରା ଯାଇଛି ସେଥିରେ ସୌନ୍ଦର୍ୟ ଓ ରହସ୍ୟ ର ମିଶ୍ରଣ କୁ ସହଜ ରେ ଉପଲବ୍ଧି କରିହୁଏ ।
ସେମିତି ସାମାଜିକ ଚିତ୍ର ସବୁରେ ବାସ୍ତବବାଦୀ ପ୍ରତୀକ ର ବ୍ୟବହାର କରାଯାଇଛି . ଏକଥା କହିଲା ବେଳକୁ ମନରେ ଗର୍ବ ଆସୁଛି ଯେ , ଓଡିଆ ସିନେମା ର ପୋଷ୍ଟର ଅନେକାଂଶରେ ଏକ ଭିନ୍ନ କଳାତ୍ମକ ମର୍ଯ୍ୟାଦାବୋଧ ସୃଷ୍ଟି କରିବାରେ ସହାୟକ ହୋଇଥିଲା ।

ଓଡିଶା ରାଜ୍ୟ ସଂଗ୍ରହାଳୟ ଓ ଓଡିଶା ସିନେ ସାମ୍ବାଦିକ ଫୋରମ ତରଫରୁ ଅୟୋଜିତ ଏହି ପ୍ରଦର୍ଶନୀ ଐତିହାସିକ ତଥା ଅଗାମୀ ସମୟ ପାଇଁ ଏକ ସାଇତି ରଖିଲା ଭଳି ଅନୁଭବ ନିଶ୍ଚୟ ।

ସୌଜନ୍ୟ: ଓଡିଶା ଡଟ କମ